କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ପ୍ରକୃତ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ଭବାନିପାଟନା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଅଞ୍ଚଳରୁ ସକ୍ରିୟ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ସାମାଜିକ ସଂଗଠନ ଆଦର୍ଶ ଓଡ଼ିଶା ପରିବାର ପକ୍ଷରୁ ପ୍ରକୃତ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଣିତ ହୋଇଯାଇଛି । ଉକ୍ତ ଉତ୍ସବରେ ମାନ୍ୟବର ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ସ୍ଵେଚ୍ଛାସେବୀ ଓ ସମାଜସେବୀ ମାନଙ୍କୁ ତାଙ୍କର ଉପଦେଶ ମାଧ୍ୟମରେ ସଚେତନ କରିବା ସହିତ ଉତ୍ସାହିତ କରିଥୁଲେ । ଏଥି ସହିତ କରୋନା ଯୋନ ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଦର୍ଶ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟ ରାଉଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ଚିତ୍ତରଂଜନ ମଣ୍ଡଳ, ମନୋଜ ପଟ୍ଟନାୟକ, ଡାକ୍ତର ଶ୍ରୀରାମ ମହାନ୍ତି, ଡାକ୍ତର ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରବି ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥ ଭାବେ ଯୋଗ ଦେଇ କରୋନା ଯୋଦ୍ଧା ଓ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉତ୍ସବରେ କଳାହାଣ୍ଡିର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ସେବା ପାଇଁ ୨୦ ଜଣ ବ୍ୟକ୍ତିଙ୍କୁ କରୋନା ଯୋଦ୍ଧା ଭାବେ ମାନ ପତ୍ର, ଉପଢ଼ୌକନ ଓ ଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆଦର୍ଶ ଓଡ଼ିଶାର ସକ୍ରିୟ ସଂଯୋଜକ ଗଗନ ପ୍ରଧାନ ଏବଂ ଦୁର୍ଯ୍ୟୋଧନ କୁମାର ସୁପରିଚାଳନା କରିଥଲେ । ଜିଲ୍ଲାର ସମସ୍ତ ବ୍ଲକ୍ ର ସୁପରଭାଇଜର ଓ ସଂଯୋଜକ ମଧ୍ଯ ଏହି ଉତ୍ସବରେ ଉପସ୍ଥିତ ଥିଲେ ।
